ବିଜେପି ଆତଙ୍କିତ ହୋଇପଡ଼ିଛି: ବିଜେଡି

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନା ନେଇ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ ଯେ ୨୦୧୧ରୁ ୨୦୧୮ ମଧ୍ୟରେ ଯେଉଁ ଜନସଂଖ୍ୟାର ଅଭିବୃଦ୍ଧି ଘଟିଛି, ସେ ସଂକ୍ରାନ୍ତରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି ? ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଏଥିରେ ସାମିଲ୍‌ କରାଯିବାକୁ ରାଜ୍ୟ ଦାବି କରିଥିଲା। କିନ୍ତୁ କେନ୍ଦ୍ର ସରକାର ଉତ୍ତର ଦେଲେନି। ଫଳରେ ଏହି ଅବଧି ମଧ୍ୟରେ ହିତାଧିକାରୀ ତାଲିକାରୁ ଯେଉଁମାନେ ବାଦ୍‌ ପଡ଼ିଥିଲେ, ସେମାନଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରିବାକୁ ବାଧ୍ୟ ହେଲେ। ବିଜେପି ଏବେ ୩ ଲକ୍ଷ ହିତାଧିକାରୀଙ୍କ କଥା କହୁଥିଲା ବେଳେ ବାକି ୨୦ ଲକ୍ଷ ହିତାଧିକାରୀଙ୍କ କଥା ଚିନ୍ତା କରୁନି କାହିଁକି ? ନିଜସ୍ୱ ଅର୍ଥରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନା ବାବଦ ଅର୍ଥରେ ଏହି ଯୋଜନା ହେଉ ନାହିଁ। ତେଣୁ ବିଜେପିର ମୁଣ୍ଡବ୍ୟଥା ହେବାର କିଛି କାରଣ ନାହିଁ। ଯାହା ଜଣାପଡ଼ୁଛି ବିଜେପି ଆତଙ୍କି ହୋଇପଡ଼ିଛି।

ସମ୍ବନ୍ଧିତ ଖବର