ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ତଦନ୍ତ ହେଉ: ବିଜେପି

ଭୁବନେଶ୍ବର : ଦାରୁ ଚୟନରେ ଫିକ୍ସିଂ ହୋଇଥିବା ନେଇ ବିଶ୍ବକର୍ମ କୃଷ୍ଣ ମହାରଣାଙ୍କ ମନ୍ତବ୍ୟ ପରେ ବିଜେପି ତାହାକୁ ପ୍ରସଙ୍ଗ କରିଛି। ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିବା ସହ ଦାରୁ ଚୟନର ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ଦାବି କରିଛି ଦଳ। ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ବିରୋଧରେ ଏହା କେବଳ ଏକ ଧାର୍ମିକ ଆଘାତ ନୁହେଁ, ବରଂ ଅର୍ଥନୈତିକ ଓ ଅପରାଧିକ ଷଡ଼ଯନ୍ତ୍ର। ୧୮ ବର୍ଷ ଧରି ଶାସନ ବିଜେଡି ମହାପ୍ରଭୁଙ୍କୁ ବିଭିନ୍ନ ବିବାଦରେ ଛନ୍ଦି ଚାଲିଛି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ବାସ ଓ ସ୍ବାଭିମାନର କେନ୍ଦ୍ର ମହାପ୍ରଭୁଙ୍କ ବିରୋଧରେ ଏକ ବିରାଟ ଷଡ଼ଯନ୍ତ୍ର ଧରାପଡ଼ିଛି। ଦାରୁ ଫିକ୍ସିଂର ସୂତ୍ରଧର କିଏ ଓ କିଏ ଦାରୁ ପାଇଁ ଅର୍ଥ ଦେଇଥିଲେ ଏହାର ଅନୁସନ୍ଧାନର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର