ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କୁ ବିଜେଡି ଟିକେଟ୍‌ ଦେଇ ରାଜ୍ୟବାସୀଙ୍କୁ ଧୋକା ଦେଇଛି : ବିଜେପି

ଭୁବନେଶ୍ବର : ଗରିବ ଲୋକମାନଙ୍କ ଝାଳ ବୁହା ଅର୍ଥକୁ ଲୁଟ୍‌ କରିଥିବା ଚିଟ୍‌ଫଣ୍ଡ୍‌ କମ୍ପାନିଗୁଡ଼ିକୁ ବିଜେଡି ନେତାମାନେ ପ୍ରୋତ୍ସାହନ ଦେଉଥିଲେ। ଚିଟ୍‌ଫଣ୍ଡ୍‌ ମହା‌ଠକେଇରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଟିକେଟ୍‌ ଦେଇ ରାଜ୍ୟବାସୀଙ୍କୁ ବିଜେଡି ‌େଧାକା ଦେଇଛି ବୋଲି ବିଜେପି ଅଭିଯୋଗ କରିଛି। ଚିଟ୍‌ଫଣ୍ଡ୍‌ ମାନେ ବିଜେଡି ଓ ବିଜେଡି ମାନେ ଚିଟ୍‌ଫଣ୍ଡ୍‌, ଏ କଥା ଆଜି ଓଡ଼ିଆ ଲୋକଙ୍କୁ ଆଉ ଅବୁଝା ନାହିଁ ଦଳ ଆରୋପ ଲଗାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଲେ, ରାଜ୍ୟରେ ପାଖାପାଖି ୨୦ ଲକ୍ଷ ପରିବାର ଚିଟ୍‌ଫଣ୍ଡ୍‌ର ଶିକାର ହୋଇଛନ୍ତି। କିନ୍ତୁ କେତେ ଜଣ ଅର୍ଥ ପାଇଲେ, ତାହା ସରକାର ସ୍ପଷ୍ଟ କରୁ ନାହାନ୍ତି। ରାଜ୍ୟ ସରକାର କର୍ପସ୍ ଫଣ୍ଡ୍‌ ନାମରେ ଜାଣିଶୁଣି ସମୟ ଗଡ଼ାଇ ଚାଲିଛନ୍ତି। କିନ୍ତୁ ଚିଟ୍‌ଫଣ୍ଡ୍‌ ଲୁଟ୍‌ରେ ଯେଉଁ ନେତାମାନେ ଅଭିଯୁକ୍ତି ଥିଲେ, ସେମାନଙ୍କୁ ଚଳିତ ନିର୍ବାଚନରେ ନବୀନ ବାବୁ ଟିକେଟ୍‌ ଦେଇଛନ୍ତି। ତେଣୁ ଚିଟ୍‌ଫଣ୍ଡ୍‌ ମାମଲାରେ ବିଜେଡିର ଅସଲ ରୂପ ପଦାରେ ପଡ଼ିଯାଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର