ବିନା ଅନୁମତିରେ ବୁଲୁଛି କାଳିଆ ଗାଡ଼ି: ବିଜେପି

ଭୁବନେଶ୍ବର : ଆଦର୍ଶ ଆଚରଣ ବିଧି ଲାଗୁ ହେଲା ପରେ ବି ପୁରୀ‌େର ବିନା ଅନୁମତିରେ କାଳିଆ ପ୍ରଚାର ଗାଡ଼ି ବୁଲୁଛି ‌େବାଲି ଅଭିଯୋଗ କରିଛି ବିଜେପି। ଆଜି ଦଳର ଏକ ପ୍ରତିନିଧି ମଣ୍ଡଳୀ ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛନ୍ତି। ଦଳ ପକ୍ଷରୁ କୁହାଯାଇଛି, ସିଇଓଙ୍କ ସହ ବିଜେଡିର ଭିତିରି ସମ୍ପର୍କ ରହିଛି। ସେଥି ପାଇଁ କାଳିଆ ପ୍ରଚାର ଗାଡ଼ି ନିର୍ଦ୍ବନ୍ଦ୍ବରେ ବୁଲୁଛି। କାଠଯୋଡ଼ି ପୋଲ ପାଖଷର ୧୦୦ ଫୁଟର ହୋର୍ଡିଂ ଲାଗିଛି। ବାରମ୍ବାର ଅଭିଯୋଗ ପରେ ବି ସିଇଓ ବିଜେଡି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ତୁରନ୍ତ ପ୍ରଚାର ଗାଡ଼ିକୁ ଜବତ କରିବା ସହ ବିଜେଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳରେ ପ୍ରତାପ ମିଶ୍ର, ଜୀବନ ସାହୁ, ସୁରଥ ବିଶ୍ବାଳ, ରବିଶଙ୍କର ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର