୩ ବର୍ଷରୁ ଅଧିକ କାମ କରିଥିବା ଅଧିକାରୀଙ୍କ ବଦଳି ଦାବି କଲା ବିଜେପି

ଭୁବନେଶ୍ବର : ଭାରତର ମୁଖ୍ୟ ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରିଥିବା କର୍ମଚାରୀମାନେ ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ କିମ୍ବା ନିଜ ଜନ୍ମ ସ୍ଥାନରେ କାର୍ଯ୍ୟ କରିପାରିବେ ନାହିଁ। ଏହା ଦ୍ବାରା ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା ରହିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ସେମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା କଥା। କିନ୍ତୁ ରାଜ୍ୟ ସରକାର ଏହି ନିୟମକୁ ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ଦଳର ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ ଏପରି ଅଧିକାରୀଙ୍କର ଏକ ତାଲିକା ବି ଦେଇଛି। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ତୁରନ୍ତ ଏହି ଅଧିକାରୀମାନଙ୍କ ବଦଳି କରିବାକୁ ବିଜେପି ଦାବି କରିଛି। ଏହା ଉପରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସିଇଓ ପ୍ରତିଶ୍ରୁତି ‌େଦଇଥିଲେ।

ସମ୍ବନ୍ଧିତ ଖବର