ସତ୍ୟବାଦୀ ବିଜେପି ଦୁଇଫାଳ, ଆଜି ଆସୁଛନ୍ତି ସ୍ମୃତି ଇରାନୀ

ପୁରୀ: ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ବିଜେପିର ଶକ୍ତି ବୃଦ୍ଧି ପାଇଁ ଆସନ୍ତାକାଲି ସୁକଳଠା‌ରେ ଏକ ମିଶ୍ରଣ ସଭାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳର ତୁଙ୍ଗ ନେତୃବର୍ଗ ଯୋଗ ଦେବେ। ମିଶ୍ରଣ ପର୍ବରେ ସତ୍ୟବାଦୀର ବହୁ ବିଜେଡି କର୍ମୀଙ୍କୁ ସାମିଲ କରିବାକୁ ଦଳ ଯୋଜନା କରୁଛି। ତେବେ ବିଜେପି ବଳ ଯୋଗାଡ କରିବାକୁ ଉଦ୍ୟମ କରୁଥିବା ବେଳେ ତଥାକଥିତ ଏହି ମିଶ୍ରଣ ସଭା ପୂର୍ବରୁ ବିଜେପି ଦୁଇଫାଳ ‌ହୋଇଛି। ବିଜେପିର ଏହି ମିଶ୍ରଣ କାର୍ଯ୍ୟକ୍ରମରୁ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଂଜନ ବଳିୟାରସିଂହ ଦୂରେଇ ରହିବେ ବୋଲି କହିବା ପରେ ସତ୍ୟବାଦୀରେ ସଂଗଠନ ଭାଗ ଭାଗ ‌ହୋଇଯାଇଛି। ସତ୍ରବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାର ସିଂହ ଏଠାରୁ ବିଜେପି ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ମାତ୍ର ଦଳ ତାଙ୍କୁ ଅଣଦେଖା କରି ଟିକେଟ ଦେଇ ନଥିବାରୁ ତାଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୋଟିଏ ପଟେ ବିଜେପିର ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କ ସମର୍ଥକଙ୍କୁ ନେଇ ବଳ ବଢାଇବାକୁ ଉଦ୍ୟମ କରୁଥିବ‌ା ବେଳେ ଅନ୍ୟପଟେ ରମାଙ୍କ ଶକ୍ତ ସଂଗଠନ ବିଜେପିଠୁ ଦୂରେଇ ଯାଇଛି। ‌ଓମଙ୍କ ପ୍ରାର୍ଥିତ୍ବକୁ ବିରୋଧ କରୁଥିବା ରମାଙ୍କ ସମର୍ଥକ ଆସନ୍ତାକାଲି ମିଶ୍ରଣ ସଭା‌ରୁ ଦୂରେଇ ରହିଲେ ଦଳର ଅନ୍ତକନ୍ଦଳ ଫୁଟି ପଦାକୁ ଆସିବ। ଏ ପ୍ରକାର ଗୋଳିଆ ସ୍ଥିତିରୁ ବିଜେଡି ଫାଇଦା‌ ନେବାକୁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର