ଦାମଙ୍କୁ ସ୍ବାଗତ କଲା ରାଜ୍ୟ ବିଜେପି : ପୁଣି ନବୀନ ସରକାର ବିରୋଧରେ ଗର୍ଜିଲେ

ଭୁବନେଶ୍ବର : ଗୁରୁବାର ପାରାଦୀପ ବିଧାୟକ ଡ. ଦାମୋଦର ରାଉତ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବା ପରେ ଆଜି ଭୁବନେଶ୍ୱରରେ ଦଳ ତାଙ୍କୁ ସମ୍ବର୍ଧିତ କରିଛି। ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରାରେ ଦାମ ବାବୁ ଆସିବା ପରେ ରାଜ୍ୟ କାର୍ଯ୍ୟାଳୟରେ ଏକ ସଭାର ଆେୟାଜନ କରାଯାଇଥିଲା। ଦାମ ବାବୁଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ପ୍ରମୁଖ ସ୍ବାଗତ କରିଥିଲେ।

ଏହି ଅବସରରେ ଦାମ ବାବୁ କହିଥିଲେ, ୪୫ ବର୍ଷର ସଂପର୍କ କାଟି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି ଆପଣମାନେ ଖୁସି ତ? ବିଜୁବାବୁ ତାଙ୍କୁ ଡାକି ଆଣି ଦଳରେ ସାମିଲ କରିଥିଲେ। ସେ ୩୫ ବର୍ଷ ବିଧାୟକ େହାଇଛନ୍ତି। ୬ ଥର ମନ୍ତ୍ରୀ ହୋଇଛନ୍ତି। ହେଲେ ୧୯୮୯ ମସିହା ପରଠୁ ବିଜୁ ବାବୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ କାହିଁକି ଯାଉନଥିଲେ େବାଲି ସେ ପ୍ରଶ୍ନ ଉଠାଇଥିଲେ। ସେ ନିଜ ବକ୍ତବ୍ୟରେ ବିଜେଡିକୁ କଡ଼ା ସମାେଲାଚନା କରିଥିଲେ। ନବୀନ ପଟ୍ଟନାୟକଙ୍କୁ େଭାଟ ନ େଦବା ପାଇଁ ଆହ୍ବାନ େଦବା ସହ ରାଜ୍ୟରେ ବିେଜପି ହିଁ କେବଳ ସୁଶାସନ ଦେଇପାରିବ ବୋଲି ଡ. ରାଉତ କହିଥିଲେ।

ସ୍ୱାଗତ ସଭା ପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲାା। ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ କେଦାରନାଥ ଭୋଇ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ମନ୍ମଥନାଥ ସେନାପତି, ଏସିବି ମେଡିକାଲ ଶଲ୍ୟ ବିଭାଗର ଅବସରପ୍ରାପ୍ତ ଡାକ୍ତର ଯୋତିଶ ଚନ୍ଦ୍ର ଦାଶ, ତିର୍ତୋଲର ସାଗର କୁମାର ମହାପାତ୍ର, ସମରେନ୍ଦ୍ର ଦାସ ପ୍ରମୁଖ ବିଜେପିରେ ସାମିଲ େହାଇଥିଲେ। ଏହି ସଭାରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର