ଚଳିତଥର କଂଗ୍ରେସକୁ ପଛରେ ପକାଇ ବିରୋଧୀ ଦଳ ଆସନରେ ବସିପାରେ ବିଜେପି !

ଭୁବନେଶ୍ୱର : ଏକଜିଟ୍ ପୋଲ ଅନୁଯାୟୀ ବିଜେଡି ପୁଣିଥର ସରକାର ଗଢିପାରେ। ୮୫ରୁ ୯୫ ଆସନ ସହ ଏକାକୀ ସରକାର ଗଢିପାରେ ବିଜେଡି । ତେବେ ଏକଜିଟ୍ ପୋଲ ଅନୁଯାୟୀ, ଚଳିତଥର କଂଗ୍ରେସକୁ ପଛରେ ପକାଇ ବିରୋଧୀ ଦଳ ଆସନରେ ବସିପାରେ ବିଜେପି । ମୋଟ ୨୪ରୁ ୩୫ଟି ଆସନରେ ବିଜେପି ବିଜୟୀ ହେବାର ସମ୍ଭାବନା ରହିଛି । ଆଉ ଏହାସହ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ବିଜେପିକୁ ଦେଖିବାକୁ ମିଳିପାରେ ।

୨୦୧୪ରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା କଂଗ୍ରେସ । ମୋଟ ୧୬ଟି ଆସନରେ ବିଜୟୀ ହୋଇ ଏହି ପଦ ହାତେଇଥିଲା କଂଗ୍ରେସ । କିନ୍ତୁ ଚଳିତଥର କଂଗ୍ରେସ ଘୋର ବିପର୍ଯ୍ୟୟର ସାମ୍ନା କରିବା ସହ ବିରୋଧୀ ଦଳ ପଦ ଆସନ ମଧ୍ୟ ହରାଇପାରେ । କାରଣ ଚଳିତ ଥର ମୋଟ ୧୨ରୁ ୧୫ ସିଟରେ ସୀମିତ ରହିପାରେ କଂଗ୍ରେସ ।

ତେବେ ବିଜେପି ପାଇଁ ବଡ ସୁଯୋଗ ଆଣିପାରେ ଚଳିତ ନିର୍ବାଚନ । ବିଜେପି ୨୦୧୪ରେ ୧୦ଟି ଆସନରେ ବାଜି ମାରିଥିବା ବେଳେ ଚଳିତଥର ୨୪ରୁ ୩୫ ଆସନରେ ବିଜୟ ଧ୍ୱଜା ଉଡାଇପାରେ। ଆଉ ଏହାସହ କଂଗ୍ରେସକୁ ପଛରେ ପକାଇ ବିଜେପି ପ୍ରଥମଥର ପାଇଁ ବିରୋଧୀ ଦଳ ଆସନରେ ବସିପାରେ ।

ସମ୍ବନ୍ଧିତ ଖବର