୧୨ ଘଣ୍ଟିଆ ଭଟଲି ବନ୍ଦ

ଭଟଲି : ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ୧୨ ଘଣ୍ଟିଆ ଭଟଲି ବନ୍ଦ କରାଯାଇଥିଲା। ସକାଳ ୬ ରୁ ସନ୍ଧ୍ୟା ୬ ଯାଏ ହୋଇଥିବା ଏହି ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ଏହି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍‌ ପକ୍ଷରୁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ଗତ ଜୁନ ୧ ତାରିଖ ଭଟଲି ବିଜେପି ଅଫିସରେ ଗୁଳିକାଣ୍ଡ ଘଟି ସୋହେଲାର ବୁଲୁ ସତନାମୀ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ ପୁଲିସ ଇରାଶିଷଙ୍କୁ ଗୁରୁବାର ଗିରଫ କରିଛି।

ସମ୍ବନ୍ଧିତ ଖବର