ବେଆଇନ୍‌ ଖାଦାନରେ ବିସ୍ଫୋରଣ! ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ

ଚଢ଼େଇଧରା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟୀ ପାହାଡ଼ରେ ଆଜି ଭୟଙ୍କର ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ବେଧଡ଼କ ଭାବେ ବେଆଇନ୍‌ ସୈରାତ ଚାଲିଥିବା ବେଳେ ଶ୍ରମିକଙ୍କ ମୃତ୍ୟୁ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏଭଳି ସ୍ଥିତିରେ ପ୍ରଶାସନ କେବଳ ନାମକୁ ମାତ୍ର ଚଢ଼ଉ କରି ଚୁପ୍‌ ବସିଯାଉଛି। ଖବର ପାଇବା ପରେ ଧର୍ମଶାଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଳେ। ଧର୍ମଶାଳା ଅଧୀନସ୍ଥ ବାରବାଟି ପଞ୍ଚାୟତର ଚିତ୍ରକୁଳ ଗ୍ରାମର ସ୍ୱର୍ଗତ ନକୁଳ ଘଡ଼େଇଙ୍କ ପୁଅ ଦାଶରଥୀ ଘଡ଼େଇ (୩୨) ବାଜବାଟି ପାହାଡ଼ରେ ଶ୍ରମିକ ଭାବେ କାମ କରୁଥିଲେ। ଏହି ସମୟରେ ବିସ୍ଫୋରଣ ଘଟିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ପୂରା ଚେଷ୍ଟା କରାଯାଇଛି। କୁହାଯାଉଛି ଯେ କଳାପଥର ବୋଝେଇ ଟ୍ରାକ୍ଟର ଲେଉଟି ପଡ଼ିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମାତ୍ର ପ୍ରକୃତ କଥା ତାହା ନୁହେଁ ବୋଲି ଆଲୋଚନା ଚାଲିଛି। ଦାଶରଥି ଭାଇଙ୍କ ଏତଲାକୁ ଭିତ୍ତି କରି ପୁଲିସ୍‌ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର