କଟକ: ଶୁକ୍ରବାର ଅପରାହ୍ଣରେ କଟକ ସହରର ବଜ୍ରକବାଟି ରୋଡ୍ ଠାରେ ଥିବା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ଟେଲିଫୋନ୍ ଭବନରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଟେଲିଫୋନ୍ ସେବା ବ୍ୟାହତ ହୋଇଛି।
ଅଫିସ୍ର ଦ୍ୱିତୀୟ ତାଲାରେ ନିଆଁ ଲାଗିଛି। କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ି ନ ଥିଲେ ବି ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଅାଁ ଲାଗିଥିବା କୁହାଯାଉଛି। ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି।
ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/01fire-2.jpg)