କଟକ: ବଜ୍ରକବାଟି ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ରେ ଅଗ୍ନିକାଣ୍ଡ; ଫୋନ୍‌ ସେବା ବ୍ୟାହତ

କଟକ: ଶୁକ୍ରବାର ଅପରାହ୍ଣରେ କଟକ ସହରର ବଜ୍ରକବାଟି ରୋଡ୍‌ ଠାରେ ଥିବା ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ଟେଲିଫୋନ୍‌ ଭବନରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଟେଲିଫୋନ୍‌ ସେବା ବ୍ୟାହତ ହୋଇଛି।

ଅଫିସ୍‌ର ଦ୍ୱିତୀୟ ତାଲାରେ ନିଆଁ ଲାଗିଛି। କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ି ନ ଥିଲେ ବି ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ନିଅାଁ ଲାଗିଥିବା କୁହାଯାଉଛି। ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଛି।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର

Comments are closed.