ଯୁକ୍ତ ୨ ଖାତା ଦେଖା ଆରମ୍ଭ: ମୂଲ୍ୟାୟନକୁ ବର୍ଜନ କରି ଅଧ୍ୟାପକଙ୍କ ବିକ୍ଷୋଭ

ଭୁବନେଶ୍ୱର : ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଆଜି ଠାରୁ ୧୪ ଯାଏ ଖାତା ଦେଖା ଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ହେବ। ତେବେ ଅନୁଦାନ ପାଇଁ ସତ୍ୟପାଠ ବ୍ୟ୍ୟବସ୍ଥା ପ୍ରତ୍ୟାହାର ଦାବି କରି ବ୍ଲକ୍‌ଗ୍ରାଣ୍ଟ ଅଧ୍ୟାପକମାନେ ଆଜି ଖାତା ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରୁଛନ୍ତି।

ସୂଚନା ଅନୁସାରେ, ୨୯ଟି ମୂଲ୍ୟାୟନ କେନ୍ଦ୍ରରେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଏକ ଲକ୍ଷ ୨୩ ହଜାର ପରୀକ୍ଷାର୍ଥୀଙ୍କ ପ୍ରାୟ ସାଢ଼େ ୭ଲକ୍ଷ ଖାତାର ଇ-ମୂଲ୍ୟାୟନ କରାଯିବ। ସେହିଭଳି କଳା ବିଭାଗର ୨ ଲକ୍ଷ ୩୩ ହଜାର ପରୀକ୍ଷାର୍ଥୀଙ୍କ ପ୍ରାୟ ୧୪ଲକ୍ଷ ଉତ୍ତର ଖାତାର ମାନୁଆଲ ମୂଲ୍ୟାୟନ ୫୬ଟି କେନ୍ଦ୍ରରେ କରାଯିବ। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

କିନ୍ତୁ ଏହି ମୂଲ୍ୟାୟନକୁ ୪୮୮ ଓ ୬୬୨ ବର୍ଗ କଲେଜର ଅଧ୍ୟାପକମାନେ ବର୍ଜନ କରିଛନ୍ତି। ଅନୁଦାନ ପାଇଁ ସତ୍ୟପାଠ ବ୍ୟବସ୍ଥା ପ୍ରତ୍ୟାହାର ଦାବି କରି ଅଧ୍ୟାପକ ଅଧ୍ୟାପିକାମାନେ ଆଜି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଖାତା ଦେଖିବାରେ ଅସହଯୋଗ କରିବାକୁ ଅନ୍ୟ ଅଧ୍ୟାପକମାନଙ୍କୁ ଅନୁରୋଧ କରିଛନ୍ତି।


ଆଜି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ଵନରେ ଅଧ୍ୟାପକମାନେ ଯୁକ୍ତ ୨ ଖାତା ମୂଲ୍ୟାୟନ ବର୍ଜନ କରି ବିଭିନ୍ନ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି। ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ବାଲେଶ୍ୱର କଲେଜ ସମ୍ମୁଖରେ ମଧ୍ୟ ଅଧ୍ୟାପକମାନେ ଧାରଣାରେ ବସିଛନ୍ତି। କନ୍ଧମାଳ ସ୍ୱୟଂଶାସିତ ମହାବତିଦ୍ୟାଳୟ ସମ୍ମୁଖରେ ମଧ୍ୟ ଅଧ୍ୟାପିକା ଅଧ୍ୟାପକମାନେ ଧାରଣାରେ ବସିଛନ୍ତି।

ସମ୍ବନ୍ଧିତ ଖବର