ମନୋରଞ୍ଜନ ମେଡିକାଲ ଷ୍ଟୋର ଓ ଆମ ଓଡ଼ିଶା ରକ୍ତଦାନ ଶିବିରରେ ୮୨ଜଣଙ୍କ ରକ୍ତଦାନ

ପାତ୍ରପୁର : ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର-୧ ପରିସରରେ ଆଜି ମନୋରଞ୍ଜନ ମେଡିକାଲ ଷ୍ଟୋର ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ସହଯୋଗରେ ଗତକାଲି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ, ଅଗ୍ନିଶମ ବିଭାଗ କର୍ମଚାରୀ, ତିନି ଶିକ୍ଷକଙ୍କ ସମେତ ୮୨ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସମ୍ବିତ ବେଗରାୟ ଶିବିରକୁ ଶିବିରକୁ ଉଦ୍‌ଘାଟନ କରିଥିବାବେଳେ ବ୍ରହ୍ମପୁର ରକ୍ତଭଣ୍ଡାରର ଡା.ରଶ୍ମିତା ପାଣିଗ୍ରାହୀ ଓ ଯୁବ ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ବାଦ ବ୍ଳକ ପ୍ରତିନିଧି ନୀଳାଞ୍ଚ‌ଳ ପଟ୍ଟନାୟକଙ୍କ ସମେତ ତୋଫାନ ଅଧିକାରୀ, ଶଙ୍କର ବେହେରା, କିରଣ ଅଧିକାରୀ, କାଳିଆ ଆଚାରୀ, ଅଶୋକ ପଣ୍ତା, ରମେଶ ସେଠୀ, ଶେଷଗିରି ବେହେରା, କାଳିଆ ବେହେରା, ଭୀମ ନାୟକ, ଗୁଲଶନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର