ବନ୍ଦାଳୋ ରକ୍ତଦାନ ଶିବିର; ୧୧୫ ୟୁନିଟ୍‌ ସଂଗ୍ରହ

କଟକ : ‘ସମ୍ବାଦ-ଆମ ଓଡ଼ିଶା’ ଓରିକ୍ଲିନ୍‌ ଓ ଯୁବ ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ଟାଙ୍ଗୀ ବନ୍ଦାଳୋ ସ୍ଥିତ ଓରିକ୍ଲିନ୍‌ ସଂସ୍ଥା ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୧୧୫ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଶିଳ୍ପ ସଂସ୍ଥାର ନିର୍ଦ୍ଦେଶକ ଭାଲଚନ୍ଦ୍ର ମହାନ୍ତି ଶିବିର ଉଦ୍‌ଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଯୁବ ସାମ୍ବାଦିକ ସଂଘର ସଂପାଦକ ଦୀପେଶ୍‌ କୁମାର ମହାପାତ୍ର, ସମ୍ବାଦ ପ୍ରତିନିଧି ପ୍ରୀତି ରଂଜନ ବେହେରା, ଓରିକ୍ଲିନ୍‌ର ରବୀନ୍ଦ୍ର କୁମାର ସାହୁ, ଶିଶିର କୁମାର ପରିଡ଼ା, ବିପିନୀ ବିହାରୀ ମିଶ୍ର, ରବୀନ୍ଦ୍ରନାଥ ମହାନ୍ତି, ପ୍ରଦୀପ କୁମାର ସ୍ୱାଇଁ, ଆଶିଷ କୁମାର ମହାନ୍ତି, ଟି.ପୁରୁଷୋତ୍ତମ, ଅଶୋକ କୁମାର ବେହେରା, ଶାରଳା ପ୍ରସାଦ ମିଶ୍ର, ଦୋଳଗୋବିନ୍ଦ ରାଉତ, ରବୀନ୍ଦ୍ର କୁମାର ପ୍ରଧାନ, ଲିଙ୍ଗରାଜ ନାୟକ, ଘନଶ୍ୟାମ ବେହେରା, ଅଜୟ କୁମାର ପଣ୍ଡା, ଭଗବାନ ତ୍ରିପାଠୀ, ନିରଞ୍ଜନ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଆମ ଓଡ଼ିଶା କର୍ମକର୍ତ୍ତା କ୍ଷେତ୍ରବାସୀ ବରାଳ, ହେମନ୍ତ ରାଉତ, ପ୍ରଦୀପ୍ତ କୁମାର ସହଯୋଗ କରିଥିଲେ। କେନ୍ଦ୍ରୀୟ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଅଭୟ କୁମାର ପାତ୍ର, ମୋହନ ଶତପଥୀ, ରଂଜନ କୁମାର ଦାସ, ସନ୍ଦିପ୍‌ କୁମାର ସ୍ୱାଇଁ, ଅବିନାଶ ଦାଶ, ବିଜୟ କୁମାର ସ୍ୱାଇଁ, ସଞ୍ଜୟ କୁମାର ପାତ୍ର, ପ୍ରଶାନ୍ତ ବାରିକ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତା ୨୧ ତାରିଖରେ ଯୁବ ସାମ୍ବାଦିକ ସଂଘର ଦଶମ ବାର୍ଷିକ ଉତ୍ସବ ତଥା ଉତ୍କଳ ସେବା ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ଏଥିରେ ଓରିକ୍ଲିନ୍‌ ପରିଚାଳନା ନିର୍ଦ୍ଦେଶକ ଭାଲଚନ୍ଦ୍ର ମହାନ୍ତିଙ୍କୁ ‘ରକ୍ତଦାତା ଜୀବନ ଦାତା’ ସମ୍ମାନ ପ୍ରଦାନ କରାଯିବ ବୋଲି ସଂପାଦକ ଦୀପେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ସାଇଭକ୍ତ ଦାନ କଲେ ୧୧୬ ୟୁନିଟ୍‌ ରକ୍ତ

ବାଲେଶ୍ୱର : ସାଇ ନିର୍ମାଲ୍ୟ ଓ ଶିରିଡ଼ି ସାଇ ସର୍ଭାଣ୍ଟ୍‌ସ ସୋସାଇଟି ପକ୍ଷରୁ ସ୍ଥାନୀୟ ମୋତିଗଞ୍ଜସ୍ଥିତ ରାଜସ୍ଥାନ ଭବନରେ ଚାଲିଥିବା ଶ୍ରୀ ଶିରିଡ଼ି ସାଇ ସତ୍‌ଚରିତ ପାରାୟଣର ଆଜିଥିଲା ଷଷ୍ଠ ଦିବସ। ଏହି ଅବସରରେ ସଂଧ୍ୟାରେ ଆୟୋଜକମାନଙ୍କ ପକ୍ଷରୁ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ବାଲେଶ୍ୱର ଉପଜିଲ୍ଲାପାଳ ଭବତାରଣ ସାହୁ, ‘ସାଇ ନିର୍ମାଲ୍ୟ’ର ଅଧ୍ୟକ୍ଷ ସତ୍ୟ ଖଡ଼ଗରାୟ, ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣର ସଂପାଦନା ବିଭାଗ ମୁଖ୍ୟ ବଳରାମ ପାଢ଼ୀ, ବାଲେଶ୍ୱର ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଓ ଡା. ଓମ୍‌କାର ମହାପାତ୍ର ଉପସ୍ଥିତଥିଲେ। ଆୟୋଜକ କମିଟିର ସଂଜୟ ମହାପାତ୍ର, ପ୍ରକାଶ ସାହୁ ଓ ଅନ୍ୟମାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରୁ ୧୧୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ସମ୍ବନ୍ଧିତ ଖବର