୧୦୨ ୟୁନିଟ୍‌ ରକ୍ତ ସଂଗୃହୀତ

ଦିଗପହଣ୍ଡି : ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟାଳୟରେ ଖେମୁଣ୍ଡି ସ୍ୱେଚ୍ଛାକୃତ ରକ୍ତଦାତା ସଂଘ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୧୦୨ ଜଣ ସ୍ୱେଚ୍ଛାକୃତ ଭାବେ ଏଥିରେ ରକ୍ତଦାନ କରିଥିଲେ। ଦିଗପହଣ୍ଡି ସମ୍ବାଦ ପ୍ରତିନିଧି ନୀଳମାଧବ ପରମଗୁରୁ ଓ ବ୍ରହ୍ମପୁର ସଂସ୍କରଣ ଆମ ଓଡ଼ିଶା ସଂଯୋଜକ ବସନ୍ତ କୁମାର ପଣ୍ଡା ମିଳିତ ଭାବେ ସଂଯୋଜନା କରିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର