ଝାରସୁଗୁଡ଼ାରେ ୧୦୭ ୟୁନିଟ୍‌ ଓ ତାଳଚେରରେ ୧୦୪ ୟୁନିଟ୍‌ ରକ୍ତସଂଗ୍ରହ

ତାଳଚେର/ଝାରସୁଗୁଡ଼ା : ତାଳଚେର ଓ ଝାରସୁଗୁଡାରେ ଆୟୋଜିତ ରକ୍ତଦାନ ଶିବିରରେ ଯଥାକ୍ରମେ ୧୦୪ ଓ ୧୦୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ଅବସରରେ ଆଜି ତାଳଚେରରେ ଜୁନିୟର ଚାମ୍ବର ଇଣ୍ଟରନ୍ୟାସ୍‌ନାଲ୍‌ (ଜେସିଆଇ),ଅନୁଗୁଳ ଶାଖା ଓ ସମ୍ବାଦ – ଆମ ଓଡ଼ିିଶା ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ହାଟତୋଟା ପ୍ରଜାମଣ୍ଡଳ ଭବନ ପରିସରରେ ଆୟୋଜିତ ଏହି ଶିବିରରେ ମୋଟ ୧୦୪ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ସେହିଭଳି, ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ତଥା ବିଗ୍‌ ବଜାର, ଜେସିଆଇ ଝାରସୁଗୁଡ଼ା, ଜେସିଆଇ ସଂସ୍କୃତି ଓ ମାରଓ୍ଵାଡ଼ି ମହିଳା ସମିତି ସହଯୋଗରେ ଝାରସୁଗୁଡ଼ାଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୦୭ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର