ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର : ୧୧୮ ୟୁନିଟ୍‌ ସ˚ଗ୍ରହ

ସାଉଥବଲଣ୍ତା :ସାଉଥବଲଣ୍ତାସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ତେସନ୍‌ ଓ ଆମ ଓଡ଼ିଶା ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଏମ୍‌ସିଏଲ୍‌ ଭରତପୁରସ୍ଥିତ ରବୀନ୍ଦ୍ର ଭାରତୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ୧୧୮ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଛି ା ମୁଖ୍ୟ ଅତିଥି ଭାବେ ଏମ୍‌ସିଏଲ୍‌ ଭରତପୁର କ୍ଷେତ୍ର ମହାପ୍ରବନ୍ଧକ ମୁରାରି ମିଶ୍ର, ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ଚିକିତ୍ସାଳୟର ଡାକ୍ତର ସି.ଆର‌୍‌.ନାୟକ, ଡାକ୍ତର ଘନଶ୍ୟାମ ସାହୁ ଓ ଜୀବନସାଥୀ ଫାଉଣ୍ତେସନ୍‌ର ସଭାପତି ସ୍ବେଚ୍ଛାସେବୀ ଯୋଗେନ୍ଦ୍ର ବେହେରା ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଅନୁଗୁଳ ରକ୍ତ ଭଣ୍ତାର ପକ୍ଷରୁ ରକ୍ତ ସ˚ଗ୍ରହ କରାଯାଇଥିଲା। ଡାକ୍ତର ଭଜମୋହନ ପାଲ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜୀବନସାଥୀ ଫାଉଣ୍ତେସନ୍‌ର ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁ, ସଦସ୍ୟ ସାଗର ସାହୁ,ଧନଞ୍ଜୟ ଦାସ, ଧୀରଜ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା

ସମ୍ବନ୍ଧିତ ଖବର