ଏଲ୍‌ଏଣ୍ଡ୍‌ଟି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରକ୍ତଦାନ: ୧୨୬ ୟୁନିଟ ସଂଗ୍ରହ

କଟକ : ଗୋପାଳପୁର-ବାଲିକୁଦା ସ୍ଥିତ ଏଲ୍‌ଏଣ୍ଡ୍‌ଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ସହଯୋଗରେ ଆଜି ଅନୁଷ୍ଠାନ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ୍‌ ୧୨୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ପ୍ରତିଷ୍ଠାନର ରିଜିଓନାଲ୍‌ ଟ୍ରେନିଂ ମ୍ୟାନେଜର ପର୍ଶୁରାମ ଏହି ଶିବରକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଦେବେନ୍ଦ୍ର କୁମାର ଆଚାର୍ଯ୍ୟ, ପିନ୍ସପାଲ୍‌ ସଂଜୟ ମାନସିଂହ, ଏସ୍‌ଆର୍‌ ରେଡି ଓ ଦେବାଶିଷ ମହାନ୍ତି ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମ୍ୟାନେଜର ଶାନ୍ତନୁ କୁମାର ବେହେରା ଓ ଭବାନୀ ପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାମନ୍ତରାୟ ଏକାଡେମି ଓ ସମ୍ବାଦ-ଆମ ଓଡ଼ିଶାର ରକ୍ତଦାନ ଶିବିର: ୧୪୦ ୟୁନିଟ୍‌ ସଂଗୃହୀତ

ବ୍ରହ୍ମପୁର : ଭାରତୀୟ ନୌସେନା ଦିବସ ଅବସରରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମି ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏକାଡେମି କ୍ୟାମ୍ପସ୍‌ ପରିସରରେ ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ନେଇ ଅନୁଷ୍ଠିତ ଶିବିରରେ ମୋଟ ୧୪୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଏକାଡେମିର ପ୍ରତିଷ୍ଠାତା ଡ. ଲଳିତ ମୋହନ ସାମନ୍ତରାୟଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରକୁ ନିର୍ଦ୍ଦେକ ଦେବେଶ କୁମାର ସାମନ୍ତରାୟ, ଅଧ୍ୟାପକ ଲିପକ କୁମାର ସାହୁ, ଜି. ଅନିଲ ପାତ୍ର, ହରମୋହନ ପାଣିଗ୍ରାହୀ, ଅନିଲ କୁମାର ପାତ୍ର, ରାମକୃଷ୍ଣ ମିଶ୍ର, ପ୍ରଶାନ୍ତ କୁମାର ନାହାକ ପ୍ରମୁଖ ପରିଚାଳନା କରିଥିଲେ। ଏକାଡେମିର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ଶିବିରରେ ଭିନ୍ନକ୍ଷମ ଯୁବକ ଖୋଡ଼ାସିଙ୍ଗି ନିବାସୀ ତରୁଣ କୁମାର ପଣ୍ଡା ମଧ୍ୟ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର