ମାରଓ୍ଵାଡ଼ି ଯୁବମଂଚର ମେଗା ରକ୍ତଦାନ ଶିବିର,୨୦୭ ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର : ବାଲେଶ୍ୱର ମାରଓ୍ଵାଡ଼ି ଯୁବମଂଚ, ରୋଟାରୀ କ୍ଲବ ବାଲେଶ୍ୱର ଅନ୍‌ ସି ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ସହଯୋଗରେ ଆଜି ସ୍ଥାନୀୟ କଳିଙ୍ଗ ହୋଟେଲରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଚିକିତ୍ସାଧିକାରୀ ଡା. ମୀନାକ୍ଷି ରାୟ ଓ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ଡା. ମହେଶ କୁମାର ବିଶ୍ୱାଳ, ଡା. ଆକାଶ କୁମାର ମୋଦି ଓ ଡା. ସୁରେଶ ଅଗ୍ରଓ୍ଵାଲ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଯୁବମଂଚର ଏଭଳି ମହତ୍‌ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଶିବିରରେ ପ୍ରତ୍ୟେକ ରକ୍ତଦାତାଙ୍କୁ ମଂଚ ପକ୍ଷରୁ ଏକ ବର୍ଷର ଜୀବନବୀମା କାର୍ଡ ସହ ଗୋଟିଏ ଲେଖାଏଁ ଚାରାଗଛ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର