ସିପେଟ୍‌-ସିଏସ୍‌ଟିଏସରେ ରକ୍ତଦାନ ଶିବିର : ୧୨୫ ୟୁନିଟ୍‌ ରକ୍ତ ସଂଗୃହୀତ

ବାଲେଶ୍ୱର : ବାଲେଶ୍ୱର ଉପକଣ୍ଠ ବାମପଦାସ୍ଥିତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସିପେଟ୍‌ ପରିସରରେ ଆଜି ରୋଟାରୀ କ୍ଲବ ବାଲେଶ୍ୱର ଅନ୍‌ ସି, ସିପେଟ୍‌-ସିଏସ୍‌ଟିଏସ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ଆନୁକୂଲ୍ୟେରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୧୨୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।

ପୂର୍ବାଞ୍ଚଳ ପୁଲିସ୍‌ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସିପେଟ୍‌ ଟେକ୍ନିକାଲ ଅଫିସର ଡ. ପିସି ପାଢ଼ୀ, ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସିପେଟ୍‌-ସିଏସ୍‌ଟିଏସ, ବାଲେଶ୍ୱରର ମୁଖ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସାହୁଙ୍କ ନିର୍ଦେଶରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର