କନେକ୍ଟିିଂ ପିପୁଲ ପକ୍ଷରୁ ରକ୍ତଦାନ ଶିବିର : ୧୦୨ ୟୁନିଟ୍‌ ରକ୍ତ ସଂଗୃହୀତ

ସୋର : ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ରାଧାନାଥ ଉଚ୍ଚ ବିଦ୍ୟାପୀଠ ପରିସରରେ ବିଙ୍ଗ୍‌ ଫ୍ରେଣ୍ଡସ୍‌ କନେକ୍ଟିଂ ପିପୁଲ ପକ୍ଷରୁ ଏକ ରକ୍ତଦାନ ଶିବିର ‘ସମ୍ବାଦ’-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଏମ୍‌ଏନ୍‌ଏସ୍‌ ରାଜାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରୁ ୧୦୨ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସୋର ଉପକାରାଗାର ସବ୍‌-ଜେଲର ଅକ୍ଷୟ କୁମାର ଜେନା ଏହି ଶିବିରକୁ ଉଦ୍‌ଘାଟନ କରିବା ସହିତ ପ୍ରଥମେ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର