ବାଙ୍କୀରେ ୧୨୨ ୟୁନିଟ୍‌ ରକ୍ତ ସଂଗୃହୀତ

ବାଙ୍କୀ : ‘ସମ୍ବାଦ-ଆମ ଓଡ଼ିଶା’ ଓ ବାଙ୍କୀ ପ୍ରେସ୍‌ କ୍ଲବ୍‌ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟାରତ୍ନ ଭବନରେ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୨୨ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଶିବିରକୁ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ପ୍ରଭାତ ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ୱାଳ, ତହସିଲଦାର ପଦ୍ମଚରଣ ସାହୁ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତି, ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦ୍ମଲୋଚନ ପଣ୍ଡା ପ୍ରମୁଖ ଶିବିର ପରିଦର୍ଶନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରେସ୍‌ କ୍ଲବ୍‌ ସମ୍ପାଦକ ସୁବାସ ଚନ୍ଦ୍ର ପାଢ଼ୀ ଓ ‘ସମ୍ବାଦ’ ପ୍ରତିନିଧି ଅରବିନ୍ଦ ବୀରବର ହରିଚନ୍ଦନ ଶିବିର ପରିଚାଳନା କରିଥିଲା ବେଳେ ପ୍ରେସ୍‌ କ୍ଲବର ସମସ୍ତ ସଦସ୍ୟ, ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରୁଷ ଓ ମହିଳା ବିଭାଗର ଏନ୍‌ସିସି କ୍ୟାଡ଼େଟ୍‌, ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଓ ମହିଳା ମହାବିଦ୍ୟାଳୟର ସ୍ୱେଚ୍ଛାସେବୀମାନେ ସହାୟତା କରିଥିଲେ। କଟକ କେନ୍ଦ୍ରୀୟ ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର