ଲଚିଦାରେ ମେଗା ରକ୍ତଦାନ ଶିବିର, ୧୪୬ ୟୁନିଟ୍‌ ସଂଗ୍ରହ

ଅତାବିରା : ବରଗଡ଼ ଜିଲ୍ଲା ଲଚିଦା ଜ୍ଞାନ ବିହାର ହାଇସ୍କୁଲ ପରିସରରେ ଗ୍ରାମର ‘ସାମାଜିକ କଲ୍ୟାଣ ସଂଗଠନ’ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ରବିବାର ତୃତୀୟ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୬ ଜଣ ମହିଳାଙ୍କ ‌ସମେତ ମୋଟ ୧୪୬ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ସମାଜସେବୀ ଯଶୋବନ୍ତ ରଣବିଡ଼ା ମୁଖ୍ୟ ଅତିଥି ତଥା ‌ଅତାବିରା ଥାନା ଏସ୍ଆଇ ଶ୍ବେତପଦ୍ମା ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର