ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ଓ ସମ୍ବାଦ-ଆମ ଓଡ଼ିଶାର ରକ୍ତଦାନ ଶିବିର: ୧୦୧ୟୁନିଟ୍‌ ସଂଗୃହୀତ

ବ୍ରହ୍ମପୁର : ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ସମ୍ବାଦ-ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ମୋଟ ୧୦୧ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଆୟୋଜକ ଶିଳ୍ପ ତାଲିମ୍‌ ଅନୁଷ୍ଠାନର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ଶିବିର ଉଦ୍‌ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆମ ଓଡ଼ିଶା ପ୍ରତିନିଧି ବସନ୍ତ କୁମାର ପଣ୍ଡା ଏବଂ ଆୟୋଜକ ଅନୁଷ୍ଠାନର ହଷ୍ଟେଲ ସୁପରିଟେଣ୍ଡେଣ୍ଟ ନିର୍ମଳ କୁମାର ଦାସ, ଶିକ୍ଷକ ଶୁଭେନ୍ଦୁ କୁମାର ପାଢ଼ୀ, ହିମାଂଶୁ ତ୍ରିପାଠୀ, ଉଦିତ୍‌ନାରାୟଣ ବେହେରା, ସୁନିଲ କୁମାର ଶତପଥୀ, ବବିତା ପଣ୍ଡା, ନିର୍ମଳ ପତି, ନାରାୟଣ ଦାସ, କାହ୍ନ ବେହେରାଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ। ଏମ୍‌କେସିଜି ମେଡିକାଲ କଲେଜ ରକ୍ତଭଣ୍ଡାର କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର