ଢେଙ୍କାନାଳ : ବିଶ୍ୱଜିତ୍ ଭୂତିଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ଢେଙ୍କାନାଳ ଟାଉନ୍ପ୍ଲାନିଂସ୍ଥିତ ଦୁର୍ଗା ମଣ୍ଡପଠାରେ ଆଜି ସ୍ଥାନୀୟ ଯୁବ ଗୋଷ୍ଠୀ ଏବଂ ‘ସମ୍ବାଦ-ଆମ ଓଡ଼ିିଶା’ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୧୭୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବାସୁଦେବ ବେହେରା ଓ ନଗରପାଳ ସୁଧାଂଶୁ କୁମାର ଦଳେଇ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ବିଶ୍ୱଜିତ୍ ଭୂତିଆ ମେମୋରିଆଲ୍ କମିଟିର ସଭାପତି ଦେବାନନ୍ଦ ସାହୁ, ସଂପାଦକ ଜ୍ୟୋତି ପ୍ରକାଶ ବେହେରା, ଶାରଦା ପ୍ରସନ୍ନ ହୋତା, ରାଜୁ ଭାଇ, ବିଷ୍ଣୁପ୍ରସାଦ ମିଶ୍ର, ସୂର୍ଯ୍ୟପ୍ରକାଶ ବେହେରା, ଅମିତ କୁମାର ସାହୁ, ଅମିତ୍ କୁମାର ସାହୁଙ୍କ ସମେତ ‘ସମ୍ବାଦ-ଆମ ଓଡ଼ିଶା’ ଜିଲ୍ଲା ପ୍ରତିନିଧି ପ୍ରସନ୍ନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ନାରାୟଣ ପଟ୍ଟନାୟକ, ଶାଶ୍ୱତୀ ରାଉତ, ସ୍ୱର୍ଣ୍ଣପ୍ରଭା ସେଠୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।