କାନ୍ତାମାଙ୍କ ଦ୍ୱାଦଶାହରେ ରକ୍ତଦାନ ଶିବିର

ଦିଗପହଣ୍ଡି : ଦିଗପହଣ୍ଡି ଏନ୍‌ଏସିର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ଭି.ରବିନାରାୟଣ ରାଜୁଙ୍କ ମାତା ସ୍ୱର୍ଗତଃ ଭି.କାନ୍ତାମା ରାଜାଙ୍କୁ ଦ୍ୱାଦଶାହ ଅବସରରେ ଆଜି ଖେମୁଣ୍ଡି ରକ୍ତଦାତା ସଂଘ, କାନ୍ତାମା ଦ୍ୱାଦଶ ସ୍ମୃତି କମିଟି ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୪୨ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏହି ଶିବିରକୁ ଭି.ରବିନାରାୟଣ ରାଜୁ ଉଦ୍‌ଘାଟନ କରିଥିଲେ। ଦ୍ୱାଦଶାହରେ ଏଭଳି ଏକ ସାମାଜିକାଦାୟିତ୍ୱବୋଧମୂଳକ କାର୍ଯ୍ୟକ୍ରମକୁ ସଭିଏଁ ଭୂୟସୀ ପ୍ରଶଂସା କରିଥିଲେ। ଦିଗପହଣ୍ଡି ସମ୍ବାଦ ପ୍ରତିନିଧି ନୀଳମାଧବ ପରମଗୁରୁ ଓ ଆମଓଡ଼ିଶା ସଂଯୋଜକ ବସନ୍ତ ପଣ୍ଡା ମିଳିତ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର