ଜପାରେ୧୦୬ ୟୁନିଟ୍‌ ରକ୍ତ ସଂଗ୍ରହ

ଏରସମା : ‘ସମ୍ବାଦ-ଆମ ଓଡ଼ିଶା’ ତରଫରୁ ଜପା ପଞ୍ଚାୟତ ସରପଞ୍ଚ ତପନ କୁମାର ଗଚ୍ଛାୟତଙ୍କ ସହଯୋଗରେ ଆଜି ଜପା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୦୬ଜଣ ଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଏରସମା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ ଏହି ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ମକରଧ୍ୱଜ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ମହେଶ୍ୱର ସ୍ୱାଇଁ, ଏରସମା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଚିନ୍ମୟ ମହାନ୍ତି, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କଟକ ରେଡକ୍ରସ ରକ୍ତଭଣ୍ଡାର ଡାକ୍ତର ଓ ସହଯୋଗୀମାନେ ରକ୍ତ ସଂଗ୍ର୍ରହ କରିଥିଲେ।

ସମ୍ବନ୍ଧିତ ଖବର