କବାଟବନ୍ଧ ଶିବିରରୁ ୧୧୩ ୟୁନିଟ୍ ରକ୍ତ ସଂଗୃହୀତ

କବାଟବନ୍ଧ : ‘ସଚେତନ ନାଗରିକ ମଞ୍ଚ ଓ ସମ୍ବାଦ ଆମ ଓଡିଶା’ ମିଳିତ ସହଯୋଗରେ ଆଜି ଧର୍ମଶାଳା ବ୍ଲକ ମର୍ଜିତାପୁର ସ୍ଥିତ ଶ୍ରୀ ଶ୍ରୀ ହିଙ୍ଗୁଳା ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରୁ ୧୧୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରକୁ କଳିଙ୍ଗନଗର ନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସର୍ବାଧିକ ରକ୍ତଦାନ କରିଥିବା ଅଜିତ ପାଢୀ (୪୭), ପ୍ରହଲ୍ଲାଦ ପାତ୍ର (୫୬), ବିକାଶ ଦାସ(୩୭), ଅଖିଳ ସ୍ବାଇଁ (୪୧), ପ୍ରଶାନ୍ତ ସ୍ବାଇଁ (୫୨)ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ତାର ପକ୍ଷରୁ ରଶ୍ମିମଞ୍ଜୁଳା ସାହୁ, ଏଲଟି ରଂଜନ କୁମାର ଦାସ, ଶାରଦା ଓଝା, ତାପସ କୁମାର ମହାନ୍ତ, ସଂଯୋଜକ ଅବିନାଶ ଦାଶ, ମୋଟିଭେଟର ପ୍ରଶାନ୍ତ ବାରିକ, ସଂଜୟ ପାତ୍ର, ଏଲଏ ରମେଶ କୁମାର ରାଉତ, ବିଜୟ କୁମାର ସ୍ବାଇଁ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ। ସମ୍ବାଦ ପକ୍ଷରୁ ବରିଷ୍ଠ ସହସମ୍ପାଦକ ଡକ୍ଟର ଚିତ୍ତରଂଜନ ବେହେରା, ପ୍ରଦୀପକୁମାର ଦାସ, ପୀତବାସ ଭୂୟାଁ ଯୋଗଦେଇଥିଲେ। ଶିବିରକୁ ‘ସମ୍ବାଦ’ର କବାଟବନ୍ଧ ପ୍ରତିନିଧି ପରମାନନ୍ଦ ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର