କଣିହାଁ : ‘ସମ୍ବାଦ-ଆମ ଓଡ଼ିଶା’, ଏନ୍ଟିପିସି କଣିହାଁ ସଚେତନ ନାଗରିକ ମଞ୍ଚ ଓ କଣିହାଁ ମହାବିଦ୍ୟାଳୟର ମିଳିତ ଉଦ୍ୟମରେ ଆଜି କଣିହାଁ ପ୍ରଜା ମଣ୍ଡଳ ଭବନରେ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୬୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। କଣିହାଁ ବିଡିଓ ରମେଶ କୁମାର ଜେନା, ତହସିଲଦାର ଅଂଶୁମାନ ଶତପଥୀ, କଣିହାଁ ଥାନାଧିକାରୀ ସମୀର କୁମାର ପଣ୍ଡା, ଏନ୍ଟିପିସି ମାନବ ସମ୍ବଳ ବିଭାଗ ଉପମହାପ୍ରବନ୍ଧକ ପ୍ରମୋଦ କୁମାର ସାହୁ, ବରିଷ୍ଠ ପରିଚାଳକ ଆଶିଷ କୁମାର ଦାଶ, ଅଧିକାରୀ ଏମ୍.ଭି. ରାଓ, କନିଷ୍ଠ ଅଧିକାରୀ ଭୀଷ୍ମଦେବ ନାୟକ, କଣିହାଁ କଲେଜ ଅଧ୍ୟକ୍ଷ ମନୋଜ କୁମାର ସ୍ୱାଇଁ, ଅଧ୍ୟାପକ ଧନେଶ୍ୱର ସାହୁ, କଣିହାଁ ସଚେତନ ନାଗରିକ ମଞ୍ଚ ସଭାପତି ବୁଦ୍ଧଦେବ ସାହୁ, ସମ୍ପାଦକ ରଞ୍ଜନ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବଦତ୍ତ ପ୍ରସାଦ ପ୍ରଧାନ, ବିଜେପି ନେତା ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇ ଶିବିର ଉଦ୍ଘାଟନ କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଡା. ଦିଲ୍ଲୀପ କୁମାର ପ୍ରଧାନ, ଡା. ନିହାର ରଞ୍ଜନ ପ୍ରଧାନ, ଡା. ପ୍ରଗତ କୁମାର ନାଥ ପ୍ରମୁଖ ଶିବିରାର୍ଥୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସମାଜସେବୀ ସୁବୋଧ କୁମାର ମିଶ୍ର ଶିବିରରେ ରକ୍ତ ଦାନ କରିଥିଲେ। ଏହା ତାଙ୍କର ୧୧୮ତମ ୟୁନିଟ୍ ରକ୍ତ ଦାନ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।
କଣିହାଁରେ ମେଗା ରକ୍ତଦାନ ଶିବିର; ୧୬୫ ୟୁନିଟ୍ ସଂଗ୍ରହ
/sambad/media/post_attachments/wp-content/uploads/2017/12/kaniha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)