କେନ୍ଦ୍ରାପଡ଼ାରେ ରକ୍ତଦାନ: ୧୧୧ ୟୁନିଟ୍‌ ସ˚ଗୃହୀତ

କେନ୍ଦ୍ରାପଡ଼ା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ କେଶପୁର ବଜାରସ୍ଥିତ ସମୀର ଟିଭିଏସ୍‌ ସୋରୁମ୍‌ ପରିସରରେ ‘ସମ୍ବାଦ-‘ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରୁ ୧୧୧ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଛି। ଏଥିରେ କେନ୍ଦ୍ରାପଡ଼ା ଏସ୍‌ଡ଼ିପିଓ ରାଜୀବ ଲୋଚନ ପଣ୍ତା ମୁଖ୍ୟଅତିଥି ଓ ଶତାଧିକ ଥର ରକ୍ତଦାନ କରି ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିବା କେ.ଏମ୍‌. ଆନ୍ଦ ପ୍ରସାଦ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଶିବିର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ୍‌ ଅଧୢକ୍ଷ ଅନାମବନ୍ଧୁ ଦଳ, ଡାକ୍ତର ବି.କେ. ଦାସ, ସମୀର ଟିଭିଏସ୍‌ ମୁଖ୍ୟ ସ୍ବତ୍ବାଧିକାରୀ ସମାଜସେବୀ ସମୀର କୁମାର ଚାନ୍ଦ୍‌, ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଭୈରବ ବ୍ରହ୍ମା ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର