ନିଆଳିିରେ ୧୦୩ ୟୁନିଟ୍‌ ରକ୍ତ ସଂଗ୍ରହ

ନିଆଳି : ‘ସମ୍ବାଦ-ଆମ ଓଡ଼ିଶା’ ଓ କମ୍ପ୍ୟୁଟର ଆପ୍ଲିକେସନ୍‌ ଟ୍ରେନିଂ ସେଣ୍ଟର୍‌ (ସିଏଟିସି) ନିଆଳିର ମିଳିତ ସହଯୋଗରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୦୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ଜଣାଯାଇଛି। ନିଆଳି ସ୍ଥିତ କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ଟ୍ରେନିଂ ସେଣ୍ଟର୍‌ (ସିଏଟିସି) ପରିସର ମଧ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଅଭିନେତା ଡାକ୍ତର ଚିତ୍ତରଂଜନ ମିଶ୍ର ଉଦ୍‌ଘାଟନ କରିଥିଲେ। ଡା. ଅଧିରାଜ କୁମାର ପରିଡ଼ା, ସିଏଟିସିର ଚେୟାରମ୍ୟାନ୍‌ ସେକ୍‌ ୟାକୁବ୍‌, ଇଂ ନିତ୍ୟାନନ୍ଦ ପାଢ଼ୀ, ଟ୍ରଷ୍ଟି ଯୋବେଦା ବାନୋ, ମାନବ ଅଧିକାର କର୍ମୀ କଳ୍ପତରୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର