ଗୁରୁ ଦିବସରେ ୧୧୫ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ : ରକ୍ତ ଦେଇ ଗୁରୁ ଦିବସ ପାଳିଛନ୍ତି କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ଏମିତି ଏକ ପବିତ୍ର ଦିବସରେ ଶତାଧିକ ଛାତ୍ରଛାତ୍ରୀ ରକ୍ତ ଦେଇ ଅନ୍ୟର ଜୀବନ ବଂଚାଇବାକୁ ଆଗେଇ ଆସିଛନ୍ତି। ଗୁରୁ ଦିବସ ଅବସରରେ କୋରାପୁଟ ସରକାରୀ ମହାବିଦ୍ୟାଳୟରେ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଯୁବ ରେଡକ୍ରସ, ଏନଏସଏସ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରରୁ ୧୧୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। କଲେଜ ଅଧ୍ୟକ୍ଷ ଡ. ଶୁଭେନ୍ଦୁ ଶେଖର ପାଢୀ ଶିବିରକୁ ଉଦ୍‌ଘାଟନ କରିବା ପରେ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ। ରକ୍ତ ଭଣ୍ଡାର ଅଧିକାରୀ ଡା. ରତିକାନ୍ତ ଖଟୁଆ ଛାତ୍ରଛାତ୍ରୀଙ୍କୁ ରକ୍ତଦାନର ଆବଶ୍ୟକତା ଓ ଉପକାରିତା ସଂପର୍କରେ ବୁଝାଇବା ସହ ଅଧିକରୁ ଅଧିକ ସଂଖ୍ୟାରେ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧିତ ଖବର