ଅନୁଗୁଳ: ନା ସଂପର୍କୀୟ, ନା ଚିହ୍ନାଜଣା। ନା ପୁଣି ଜାତିର ନା ନିଜ ସଂପ୍ରଦାୟର। ଦେବଦୂତ ସାଜି ପହଂଚିଗଲେ, ଆଉ ଡାକ୍ତରଖାନା ବେଡ୍‌ରେ ଜୀବନମରଣ ସହ ଯୁଝୁଥିବା ଜଣେ ଅଜଣା ଗର୍ଭବତୀ ମହିଳାଙ୍କୁ ରକ୍ତଦେଇ ନୂଆ ଜୀବନ ଦେଇଗଲେ। ସୁଦୂର ରାଉରକେଲା ସହରରୁ ଅନୁଗୁଳରେ ପହଂଚି ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ବିରଳ ଗ୍ରୁପ୍‌ର ରକ୍ତ ଦେଇ ଜୀବନ ବଂଚାଇଥିବା ଏହି ‘ଦେବଦୂତଙ୍କ ମହାନତାକୁ ନେଇ ଏବେ ସହରସାରା ଭୁରିଭୁରି ପ୍ରଶଂସା। ଘଟଣାଟି ଏମିତି। ଓଡ଼ିଶା ପୁଲିସର କନ‌‌େଷ୍ଟବଳ ପଦରେ ଅନୁଗୁଳରେ ଚାକିରି କରନ୍ତି ଦେବରାଜ ରାଉତ। ଘର ଛେଣ୍ଡିପଦା ବ୍ଲକ ହାଟିଆନାଳି ଗାଁରେ। ପତ୍ନୀ ‌ମୋନାଲିସା ବେହେରା(୨୨) ଜଣେ ଗୃହିଣୀ। ଏବେ ସେ ୯ ମାସର ଗର୍ଭବତୀ। ଗତ ୧୫ ତାରିଖ ଦିନ ରକ୍ତ ପରୀକ୍ଷା ବେଳେ ହିମୋଗ୍ଲୋବିନ୍‌ ପରିମାଣ ୬ ପ୍ରତିଶତକୁ ଖସି ଆସିଥିବା ଜଣାପଡ଼ିଥିଲା। ପରୀକ୍ଷା ବେଳେ ଜଣାପଡ଼ିଲା ମୋନାଲିସାଙ୍କ ରକ୍ତ ଗ୍ରୁପ୍ ହେଉଛି ‘ଓଏଚ୍‌ ପିଜିଟିଭ୍(ବମ୍ବେ ଫେନୋଟାଇପ୍)। ବିରଳ ଗ୍ରୁପ୍‌ର ରକ୍ତ। ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୪ ଜଣଙ୍କଠାରେ ଏହି ଗ୍ରୁପ୍‌ର ରକ୍ତ ଥିବା ଦେଖିବାକୁ ମିଳିଥାଏ। ‘ବମ୍ବେ ଫେନୋଟାଇପ୍ ଗ୍ରୁପ୍‌’ର ନାମ ଶୁଣିଲା ପରେ ଦେବରାଜ ଓ ତାଙ୍କ ପରିବାର ଲୋକ ବିଭିନ୍ନ ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ବହୁ ଖୋଜାଖୋଜି ପରେ ବି ଏହି ବିରଳ ଗ୍ରୁପ୍‌ର ରକ୍ତଦାତାଙ୍କର ସନ୍ଧାନ ମିଳି ନଥିଲା।

Advertisment

publive-image

ଶେଷରେ, ରଜତ ଏକ୍କାଙ୍କ ସହ ଯୋଗାଯୋଗ କରାଯାଇଥିଲା। ବି-ଟେକ୍‌ ଶିକ୍ଷା ସମାପ୍ତି ପରେ ରଜତ ଏବେ ନିଯୁକ୍ତି ପାଇଁ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ସୋମବାର ଯୋଗେନ୍ଦ୍ରଙ୍କଠାରୁ କଲ୍‌ ପାଇବା ପରେ ରଜତ ମଂଗଳବାର ଭୋର୍‌ରେ ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍‌ ଧରି ସକାଳ ସାଢ଼େ ୧୦ଟାରେ ଅନୁଗୁଳ ପହଂଚି ଯାଇଥି‌େଲ। ଅନୁଗୁଳ ଷ୍ଟେସନରେ ଅପେକ୍ଷାରତ ଯୋଗେନ୍ଦ୍ରଙ୍କ ସହିତ ସିଧା ଅନୁଗୁଳ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ। ଅପରାହ୍‌ଣରେ ରଜତ ପୁଣି ବସ୍‌ ଯୋଗେ ରାଉରକେଲା ଅଭିମୁଖେ ବାହାରି ଯାଇଛନ୍ତି। ଭଗବାନଙ୍କ ଦୟାରୁ ରକ୍ତ ଯୋଗାଡ଼ ହୋଇଗଲା। ଆଉ ରଜତଙ୍କ ସହିତ ଆମ ପରିବାରର ଏକ ନୂଆ ସଂପର୍କ ବି ତିଆରି ହୋଇଗଲା ବୋଲି କହନ୍ତି ଦେବରାଜ।