ଏସ୍‌ସିବିରେ ରକ୍ତପରୀକ୍ଷା ପାଇଁ ଖୋଲାଯିବ ସ୍ବତନ୍ତ୍ର କାଉଣ୍ଟର

କଟକ : ରକ୍ତ ପରୀକ୍ଷା ପାଇଁ ଏସ୍‌ସିବିରେ ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଛି ରୋଗୀଙ୍କୁ। ରୋଗୀ ଲାଇନ୍‌ରେ ଖରାରେ ଛିଡା ହୋଇ ରକ୍ତ ପରୀକ୍ଷା ପାଇଁ କାଉଣ୍ଟରକୁ ପହଞ୍ଚିଲାବେଳକୁ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ଏଭଳି ସମସ୍ୟାର ସମାଧାନ ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ନେଇଛନ୍ତି ନୂଆ ପଦକ୍ଷେପ। ଆଉ ଖରାରେ ଲମ୍ବା ଲାଇନରେ ରୋଗୀ ଛିଡ଼ା ନହୋଇ ସ୍ବତନ୍ତ୍ର କାଉଣ୍ଟରକୁ ଯିବେ। ପୁରୁଣା ମେଡିସିନ୍‌ ୱାର୍ଡ ପାଖରେ ଖୋଲାଯିବ ଏହି କାଉଣ୍ଟର। କାଉଣ୍ଟରରେ ୬ଟି କେନ୍ଦ୍ର ‌ରହିବ। ଯେଉଁଥିରେ ରୋଗୀ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ପାଇଁ ରକ୍ତ, ମଳ, ମୂତ୍ର ଦେବେ ଓ ସେହି କାଉଣ୍ଟରରୁ ରିପୋର୍ଟ ପାଇବେ। ଆସନ୍ତା ଦୁଇ ସପ୍ତାହ ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର