ଡଙ୍ଗା ବୁଡ଼ି ଘଟଣା: ନିଖୋଜ ଥିବା ଆଉ ୩ ଜଣଙ୍କ ଶବ ଉଦ୍ଧାର

ମାଲକାନଗିରି: ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ତୋଟାଗୁଡା ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ଆଉ ୩ଜଣଙ୍କ ଶବ ସୋମବାର ଉଦ୍ଧାର ହୋଇଛି। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଗତ ଶନିବାର ଦିନ ବିଛିନ୍ନାଞ୍ଚଳର ଆମ୍ବୁଳିବେଡାର ଡଙ୍ଗା ବୁଡି ଘଟଣାରେ ଜଣଙ୍କ ଶବକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ଥିଲେ। କାଲି ଠାରୁ ଉକ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପହଞ୍ଚିଥିଲେ ସୁଦ୍ଧା ନିଖୋଜ ଶବ ମିଳି ନ ଥିଲା ।

ଆଜି ସେହି ଆମ୍ବିଳିବେଡା ଘାଟରେ ଓଡ୍ରାଫଟିମ ଯାଇ ଅନ୍ୟ ୩ଜଣଙ୍କୁ ଖୋଜାଖୋଜି ଜାରି ରଖି ୩ ଜଣଙ୍କର ଶବକୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ୩ଜଣଙ୍କ ନାମ ମଙ୍ଗଳା ଗଲରି ଏବଂ ସାନକ୍ଷତା ଶୀଷା ଓ ୮ମାସର ଝିଅ ଦୀପାଳି ବୋଲି ଜଣାପଡ଼ିଛି। ବାଲିମେଳା ଜଳ ଭଣ୍ଡାର ଅପରପାର୍ଶ୍ୱରେ ଥିବା ନଦୀ ଭିତରେ ଘଟଣା ଘଟିଥିବାରୁ ଯାତାୟାତ ଅସୁବିଧା ରହିଛି, ଏଣେ ଜଳ ଭଣ୍ଡାର ମଧ୍ୟରେ ଏବେ ୧୫୦୭.୨ ଫୁଟ ପାଣି ମଧ୍ୟ ଭରି ରହିଛି।

ସମ୍ବନ୍ଧିତ ଖବର