ମଝି ନଈରେ କାଳବୈଶାଖୀ : ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ

ଚାନ୍ଦବାଲି : ମଝି ନଇରେ କାଳବୈଶାଖୀ । ପ୍ରାୟ ୫୦ ଯାତ୍ରୀଙ୍କୁ ବଂଚେଇ ଦେଲେ ଭଗବାନ । ଆଜି ଚାନ୍ଦାବାଲିରୁ ଧାମରାକୁ ଆସୁଥିବା ବେଳେ ମନ୍ତେଇ ନଦୀରେ ଏପରି ଏକ ନିଶ୍ଚିତ ବିପଦରୁ ବଂଚି ଯାଇଛନ୍ତି ପ୍ରାୟ ୫୦ ଜଣ ଯାତ୍ରୀ । ଡଙ୍ଗାରେ ପିଲା ଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା ରହିଥିଲେ।

ଚାନ୍ଦବାଲିରୁ ଧାମରାକୁ ଯାଉଥିବା ବେଳେ ମନ୍ତେଇ ନଈରେ ଆରମ୍ଭ ହୋଇଥିଲା ଝଡ଼ତୋଫାନ । ଡଙ୍ଗାଟି ମନ୍ତେଇ ନଦୀର ଚୌଧୁରୀ ଘାଟ ଠାରୁ ମାତ୍ର ୫୦ ମିଟର ଦୂରରେ ଥିଲା । ଠିକ ଏହି ସମୟରେ ଆରମ୍ଭ ହୋଇଥିଲା କାଳବୈଶାଖୀ ଝଡ । ଝଡତୋଫାନ୍ ହଠାତ୍ ଡଙ୍ଗାକୁ ନଦୀ ମଝିକୁ ଟାଣିବା ଆରମ୍ଭ କରିଥିଲା । ଡଙ୍ଗା ଚାଳକର ସମସ୍ତ ଉଦ୍ୟମ ବି ଫେଲ୍ ମାରିଥିଲା । ଚାହୁଁଚାହୁଁ ଡଙ୍ଗାଟି ନଦୀ ଭିତରକୁ ପ୍ରାୟ ୫୦୦ ମିଟର ବାଟ ଚାଲି ଯାଇଥିଲା । ଏପଟେ ପ୍ରବଳ ଝଡ ତୋଫାନ, ସେପଟେ ମନ୍ତେଇ ନଦୀର ଗଭୀର ଗଣ୍ଡରେ ଆତଙ୍କରେ ଥିଲେ ଡଙ୍ଗାରେ ଥିବା ଯାତ୍ରୀ । ଶେଷରେ ଭଗବାନ ସମସ୍ତଙ୍କୁ ବଂଚେଇ ଦେଇଛନ୍ତି । କୌଣସି ମତେ ଡଙ୍ଗାକୁ କୂଳକୁ ଆଣିବାକୁ ଉଦ୍ୟମ କରିଥିଲା ନାବିକ । ଶେଷରେ ଦଉଡି ପକାଇ ନଦୀରୁ ଡଙ୍ଗାକୁ କୂଳକୁ ଅଣାଯାଇଥିଲା । ଗଭୀର ଗଂଡରେ ଡଙ୍ଗାଟି ବୁଡି ଥିଲେ ୫୦ ଜଣ ଲୋକଙ୍କ ଜୀବନ ଚାଲି ଯାଇଥାନ୍ତା । ତେବେ ନିଶ୍ଚିତ ରୂପେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତି ଯାଇଛନ୍ତି ନୌଯାତ୍ରୀମାନେ ।

ସମ୍ବନ୍ଧିତ ଖବର