ପୁରୀ ସମୁଦ୍ରକୂଳରେ ଲାଗିଲା ୨୫ ଫୁଟ୍‌ ଲମ୍ବ ସାମୁଦ୍ରିକ ମାଛର ମୃତଦେହ

ପୁରୀ: ଆଜି ପୁରୀ ସମୁଦ୍ର କୂଳର ବଳିଆପଣ୍ଡାସ୍ଥିତ ଲାଇଟ୍‌ ହାଉସ ସମ୍ମୁଖରେ ଏକ ବଡ଼ ସାମୁଦ୍ରିକ ମାଛର ମୃତଦେହ ଲାଗିଛି। ପ୍ରାୟ ୨୫ ଫୁଟ୍‌ରୁ ଅଧିକ ଲମ୍ବ ବିଶିଷ୍ଟ ଏହି ସାମୁଦ୍ରିକ ମାଛଟି ତିମି ମାଛ ଆକାରର ହୋଇଥିଳେ ମଧ୍ୟ ତାର ମୁହଁ ତିମି ମାଛ ଠାରୁ ଅଲଗା ରହିଛି। ତେଣୁ ଏହା କିପ୍ରକାର ମାଛ ତାହା ଜଣାପଡ଼ି ନାହିଁ। ପୁରୀ ବନବିଭାଗ ମେରାଇନ୍‌ ବିଶେଷଜ୍ଞମାନଙ୍କ ସହ୍ରୟତାରେ ଏହି ବଡ଼ ମାଛଟିକୁ ଚିହ୍ନଟ ପାଇଁ ଉଦ୍ୟମ କରୁଛନ୍ତି।

ସମ୍ବନ୍ଧିତ ଖବର