ଝାରସୁଗୁଡ଼ାରେ ‘ବୋଇଂ’ ବିମାନର ଅବତରଣ

ଝାରସୁଗୁଡ଼ା: ଆସନ୍ତା ୨୨ ତାରିଖ ଉଦ୍‌ଘାଟିତ ହେବ ଝାରସୁଗୁଡ଼ା ଏୟାରପୋର୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବାର କାଯ୍ୟର୍କ୍ରମ ରହିଛି। କାଯ୍ୟର୍କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ଏଥିରେ ବହୁ କେନ୍ଦ୍ରମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେବାକୁ ଥିବା ବେଳେ ଏୟାରପୋର୍ଟରେ ମଂଗଳବାର ପ୍ରଥମ କରି ବାୟୁସେନାର ଏକ ବିମାନ ‘ବୋଇଂ-୩୭୩’ ଅବତରଣ କରିଥିଲା। ଏହି ବିମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସିଧାସଳଖ ଏଠାରେ ଦିନ ୧୨ଟାରେ ଅବତରଣ କରିଥିଲା। ଏଠାରେ ଅଧଘଣ୍ଟା ରହିବା ପରେ ୧୨ଟା ୩୦ରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିଲା। ବୋଇଂରେ ଦୁଇ ଜଣ ପାଇଲଟ ସମେତ ଜଣେ ବିମାନ ବୈଷୟିକ ଅଧିକାରୀ ଆସି ଏୟାରପୋର୍ଟ ଅନୁଧ୍ୟାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏଭଳି ବାରମ୍ବାର ବୋଇଂର ଉଡ଼ାଣ ଓ ଅବତରଣ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର