ଦୁଇଭାଇ ଆସିଥିଲେ, ଢାଳିପାରିଲେନି ପାଣି : ଧବଳେଶ୍ୱର ପୀଠରେ ବୋଲବମ୍‌ ଭକ୍ତଙ୍କ ଅସ୍ୱାଭାବିକ ମୃତ୍ୟୁ

କଟକ/ଚୌଦ୍ୱାର-ଗୁରୁଡିଝାଟିଆ : ଗଞ୍ଜାମରୁ କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠକୁ ଢାଳିବାକୁ ଆସିଥିଲେ ପାଣି। ହେଲେ ପାଣି ଢାଳିବା ପୂର୍ବରୁ ଅଘଟଣ ଘଟିଛି। ଜଣେ ବୋଲବମ୍‌ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗଞ୍ଜାମ୍‌ ଜିଲ୍ଲା ବ୍ରହ୍ମପୁର ସଦର ଥାନା ନିଆଲପଡା ଅଂଚଳର ପୂର୍ଣ୍ଣଚନ୍ଦ୍ର ପାତ୍ର(୫୫) ତାଙ୍କ ଭାଇ ସହ ବସ୍‌ରେ ଗତକାଲି କଟକ ଆସିଥିଲେ। ସକାଳୁ ଗଡଗଡିଆ ଘାଟରୁ ପାଣି ନେଇ ଧବଳେଶ୍ୱର ଯାଉଥିବାବେଳେ ମଧୁ ସେତୁ ତଥା ନୂଆପାଟଣା ପାଖରେ ହଠାତ୍‌ ପାଟିରୁ ଫେଣ ବାହାରିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ପୁଲିସ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସରେ କଟକ ବଡମେଡିକାଲକୁ ପଠାଇଦେଇଥିଲା। ତେବେ ବାମ ଗୋଡରେ ସାପ କାମୁଡି ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏସ୍‌ସିବିରେ ଶବବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମଙ୍ଗଳବାଗ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର