ବାଇପାସ୍‌ ଦାବିରେ ବଲାଙ୍ଗୀର ବନ୍ଦ : ଆଜି ବି ବନ୍ଦ ରହିବ

ପିଏସି ବୈଠକ ଡାକିଲେ ନରସିଂହ

ବଲାଙ୍ଗୀର : ବଲାଙ୍ଗୀର ସହରରେ ବାଇପାସ ଓ ରିଂରୋଡ ନିର୍ମାଣ ପାଇଁ ବହୁଦିନରୁ ଦାବି ହୋଇ ଆସୁଛି। ବୁଧବାର କଲେଜ ଛାତ୍ରୀ ମିଲି ନାଏକଙ୍କ ଟ୍ରକ୍‌ ଦୁର୍ଘଟଣାରେ ମୃତ୍ୟୁ ପରେ ଏହି ଦାବି ଜୋର୍‌ ଧରିଛି। ଆସନ୍ତାକାଲି ବି ପୁଣି ବନ୍ଦ ଡାକରା ଦିଆଯାଇଛି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ବଲାଙ୍ଗୀର ବିଧାୟକ ତଥା ପବ୍ଲିକ ଏକାଉନ୍ସ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ପିଏସି ବୈଠକ ଡାକିଛନ୍ତି।

ଆଜିର ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବାଇପାସ ଦାବିରେ ନାରାବାଜି କରିଥିଲେ। ସେହିପରି ବଲାଙ୍ଗୀର ଆକ୍ସନ କମିଟି, ବଣିକ ସଂଘ, ଶ୍ରମିକ ସଂଗଠନ, ଘରୋଇ ବସ୍‌ ମାଲିକ ସଂଘ, ଟ୍ରକ ମାଲିକ ସଂଘ ସହ ବିଭିନ୍ନ ସଂଗଠନକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଗୋପାଳଜୀ ପାଣିଗ୍ରାହୀ, ଶ୍ରମିକ ନେତା ଲଳିତ ନାୟକ, ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସହ ଏକ୍ସନ କମିଟିର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସାରା ସହରରେ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ, ମସ୍ୟାକୁ ଗୁରୁତ୍ୱ ସହ ନେଇ ବଲାଙ୍ଗୀର ବିଧାୟକ ତଥା ପବ୍ଲିକ ଏକାଉନ୍ସ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ପିଏସି ବୈଠକ ଡାକିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର