ବଲାଙ୍ଗୀର: ବଜ୍ରାଘାତରେ ୪ ଆହତ

ବଲାଙ୍ଗୀର: ରବିବାର ସକାଳେ ବଜ୍ରପାତ ହେବାରୁ ସଇଁତଳା ବ୍ଲକ୍‌ ଅନ୍ତର୍ଗତ ଛଟାପିପଳ ଗ୍ରାମପଞ୍ଚାୟତ ଅଧୀନ ଖଇରାମାଳ ଗାଁ’ର ୪ ଜଣ ଲୋକ ଆହତ ହୋଇଛନ୍ତି।

ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ୬୦ ବର୍ଷୀୟ ରଜନୀ ବରିହା, ୪୫ ବର୍ଷିୟ ରମେଶ ବରିହା, ୩୮ ବର୍ଷିୟ ଦେବରାଜ ଆଡ୍‌ଜୁଏଡ୍‌ ଏବଂ ରତ୍ନା ବରିହା ଗ୍ରାମ ନିକଟବର୍ତ୍ତୀ ବିଲରେ ଚାଷ କାମ କରୁଥିଲେ। ହଠାତ୍‌ ଆକାଶରେ ବିଜୁଳି ଝଟକି ଚଡ଼ଚଡ଼ି ପଡ଼ିବାରୁ ସେମାନେ ସାଙ୍ଘାତିକ ଆହତ ହୋଇ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଲାଙ୍ଗୀର ମେଡିକାଲ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଡାକ୍ତରଖାନା ତରଫରୁ ନିକଟସ୍ଥ ଥାନାକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର