ବଲାଙ୍ଗୀର: ଯୁବକଙ୍କ ମୃତ୍ୟୁ ଯୋଗୁଁ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ

କଣ୍ଟାବାଞ୍ଝି: ସୋମବାର ସକାଳେ ବଙ୍ଗୋମୁଣ୍ଡା ରାସ୍ତା ପାର୍ଶ୍ୱ କେ. ଭି. କଲେଜ ନିକଟ ବିଲରେ ଜଣେ ଯୁବକଙ୍କ ଶବ ପଡ଼ିଥିବା ଲୋକେ ଦେଖିଛନ୍ତି। ଶବ ଉପରେ ଗୋଟିଏ ମଟରସାଇକେଲ୍‌ ମଧ୍ୟ ଲଦା ଯାଇଥିଲା।

ଶବଟି ଘଟନାସ୍ଥଳ ଠାରୁ ଦୁଇ କିଲୋମିଟର ଦୂର କଣ୍ଟାବାଞ୍ଝି ଥାନା ଅନ୍ତର୍ଗତ କୁକୁଡ଼ାହାଡ଼ ଅଞ୍ଚଳ ସୁନାରୀପଡ଼ାର ୨୦ ବର୍ଷିୟ ସୁମନ କୁଅଁରଙ୍କର ବୋଲି ଜଣାପଡ଼ିଛି। ସୁମନଙ୍କ ପରିବାର ଲୋକେ ଶବ ଚିହ୍ନଟ କରି ଏହା ଏକ ହତ୍ୟାକାଣ୍ଡ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି।

ଘଟଣା ପ୍ରଘଟ ହୋଇଯିବା ପରେ ତାଙ୍କ ଗାଁ ଲୋକେ ଉତ୍ତେଜିତ ହୋଇ କେ. ଭି. କଲେଜ ନିକଟରେ ୪୨ ନମ୍ବର ରାଜ୍ୟ ରାଜପଥରେ ପୁରୁଣା ଟାୟାର ଜାଳି କଣ୍ଟାବାଞ୍ଝି-ବଙ୍ଗୋମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇ ନ ପାରି ରସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି। ପୁଲିସ ଘଟନାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରାଉଥିଲେ ବି ରାସ୍ତାରୁ ଅବରୋଧ ହଟିନାହିଁ।

ସମ୍ବନ୍ଧିତ ଖବର