ଡେଲାଙ୍ଗ: ରେଲେଓ୍ଵ ଟ୍ରାକ୍‌ରେ ବୋମା ଆତଙ୍କ, ପୁରୀ- ଖୋର୍ଦ୍ଧା ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ

ଡେଲାଙ୍ଗ: ଆଜି ଦିନ ପ୍ରାୟ ୧୧ଟା ବେଳେ ପୁରୀ ନିକଟସ୍ଥ ବୀରପୁରୁଷୋତ୍ତମପୁର ରେଳବାଇ ଗେଟ୍‌ ନିକଟସ୍ଥ ରେଲେଓ୍ଵ ଟ୍ରାକ୍‌ରେ ଏକ ସନ୍ଧିଗ୍ଧ ଆଟାଚ୍‌ ପଟିଛି। ଏଥିରେ ବୋମା ଥିବା ସନ୍ଦେହ କରାଯାଉଥିବରେୁ ଏହି ରୁଟ୍‌୍ର ବର୍ତ୍ତମାନ ରେଳ ଚଳାଚଳ ବନ୍ଦ ରହିଛି।


ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ପୁରୀ ନିକଟସ୍ଥ ବୀରପୁରୁଷୋତ୍ତମପୁର ରେଳବାଇ ଗେଟ୍‌ ନିକଟସ୍ଥ ରେଳେଓ୍ଵ ଟ୍ରାକ୍‌ରେ ଏକ ଆଟାଚ୍‌ରେ ବିଦ୍ୟୁତ ତାର ଓ ଏକ ପ୍ଲାଷ୍‌ଟିକ ଡବା ସଂଯୁୁକ୍ତ ହୋଇ ପଡ଼ିଥିବାର ଦେଖି ରେଳବାଇ ପୁଲିସକୁ କେତେକ ଲୋକ ଜଣାଇଥିଲେ। ଏହି ଆଟାଚ୍‌ରେ ବୋମା ଥିବା ନେଇ ସନ୍ଦେହ ହେବାରୁ ସଙ୍ଗେ ସଙ୍ଗେ ଏହି ରୁଟ୍‌ରେ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ବୀରପୁରୁଷୋତ୍ତମପୁର ନିକଟରେ ପୁରୀ- ଓଖା ଟ୍ରେନ ଓ ମେମୁ ଟ୍ରେନ ଅଟକି ଥିବା ବେଳେ ଡେଲାଙ୍ଗ ଷ୍ଟେସନରେ ପୁରୀ- ଅନୁଗୁଳ ଟ୍ରେନ୍‌୍‍ ଅଟକି ରହିଥିଲା। ସେହିପରି ସାକ୍ଷୀଗୋପାଳ ନିକଟରେ ନୀଳାଚଳ ଟ୍ରେନ୍‌ ସହିତ ଅନ୍ୟ ଏକ ଟ୍ରେନ ମଧ୍ୟ ଅଟକି ରହିଥିଲା। ଏହାକୁ ନେଇ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିିବା ବେଳେ ଡଗ୍‌ ସ୍କ୍ଵାଡ୍‌ ସହାୟତାରେ ଏହି ଆଟାଚ୍‌ରେ ବୋମା ଅଛି କିମ୍ବା ନାହିଁ ତାର ତଦାରଖ ପାଇଁ ରେଳବାଇ ପୁଲିସ ଓ ସୁରକ୍ଷା ଅଧିକାରୀମାନେ ପହଞ୍ଚିିଥିଲେ।
ଜିଆରପି ଓ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଡଗ୍‌ ସ୍କ୍ଵାଡ୍‌ ସହିତ ପହଞ୍ଚି ତଦନ୍ତ କରିବା ପରେଏହା ଏକ ନକଲି ବାମା ବୋଲି ଜଣାପଡ଼ିିଥିଲା। ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛିି।

ସମ୍ବନ୍ଧିତ ଖବର