ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଦୁର୍ଘଟଣା ମାମଲା: ୧୦ଜଣଙ୍କ ନାମରେ ଏତଲା ଦାୟର

ଭୁବନେଶ୍ୱର: ଗତ ୩ ତାରିଖ ରାତିରେ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ମାମଲା ନେଇ ପୁଲିସ ମଙ୍ଗଳବାର ୧୦ ଜଣଙ୍କ ନାମରେ ଏତାଲା ଦାଏର କରିଛି । ଏତଲା ଦାୟର ହୋଇଥିବା ୧୦ଜଣଙ୍କ ହେଲେ ଠିକାଦାର ପ୍ରତାପ ପଣ୍ଡା, ସନ୍ତୋଷ ପଣ୍ଡା, ସୁଜାତା ପଣ୍ଡା, ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ, ସହନିର୍ବାହୀ ଯନ୍ତ୍ରୀ ଦିଲୀପ ସାହୁ, ସହକାରୀ ଯନ୍ତ୍ରୀ ଦୁର୍ଗା ଚରଣ ସାହୁ, ପ୍ରୋଜେକ୍ଟ ମ୍ୟାନେଜର ନିରଜ ଶର୍ମା, ବିରଞ୍ଜି ନାରାୟଣ ଜେନା ଓ ବିପୁଲ ଚକ୍ରବର୍ତ୍ତୀ।

ସୂଚନାଯୋଗ୍ୟ, ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ବେଳେ ଗତ ୩ ତାରିଖ ରାତିରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ରଡ୍‌ ତଳେ ଚାପି ହୋଇଯାଇଥିଲେ। ଫଳରେ ଜଣେ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହିତ ଠିକା ସଂସ୍ଥାର ମାଲିକଙ୍କୁ ଗିରଫ ପାଇଁ ଦାବି କରିଥିଲେ। ଦୁର୍ଘଟଣା ଘଟିବାର ପରଦିନ ପୁଲିସ ବ୍ରିଜ୍‌ ନିର୍ମାଣ କରୁଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପୋଜେକ୍ଟର ମାଲିକଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର