‘କରୋନା ପରର ପୃଥିବୀ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ନିଆଳି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ କୁଳମଣି ଜେନାଙ୍କ ଲିଖିତ ‘କରୋନା ଓ କରୋନା ପରର ପୃଥିବୀ’ ପୁସ୍ତକକୁ ଆଜି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ସମ୍ବାଦ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ କହିଲେ, ଆମକୁ ଏକାଠି ହୋଇ କରୋନାର ମୁକାବିଲା କରିବାକୁ ପଡ଼ିବ। ଏହି ପୁସ୍ତକଟି କରୋନା ସମ୍ପର୍କରେ ଜାଣିବା ପାଇଁ ଆମକୁ ସହଯୋଗ କରିବ। କାର୍ଯ୍ୟକ୍ରମରେ ପୁସ୍ତକର ଲେଖକ ଶ୍ରୀ ଜେନାଙ୍କ ସମେତ ଅନନ୍ୟା ସାହିତ୍ୟ ସଂସଦ ସଭାପତି ସନ୍ତୋଷ ନନ୍ଦ, ଧାମରା ନାଗରିକ ସୁରକ୍ଷା ମଞ୍ଚ ସଭାପତି ପୀତାମ୍ବର ଧଳ, ଯୁବ କବି ପ୍ରଭଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପୁସ୍ତକର ମୂଲ୍ୟ ୧୫ଟଙ୍କା ରହିଛି। ଏଥି‌ରେ କରୋନା ମହାମାରୀରେ ସାମାଜିକ ଜୀବନ ଓ ଅର୍ଥନୀତି ଉପରେ ପ୍ରଭାବ ସଂପର୍କରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର