ଭୂତମୁଣ୍ଡେଇ ପାଖ ବରେଇ ଛକରେ ହାଇଓ୍ଵା ଧକ୍କା: ଟିଉସନ୍‌ ଯାଉଥିବା ତୃତୀୟ ଶ୍ରେଣୀ ଛାତ୍ର ମୃତ

ଜଗତ୍‌ସିଂହପୁର: ଶନିବାର ସକାଳେ କଟକ ପାରଦୀପ ରାସ୍ତା ଅନ୍ତର୍ଗତ ଭୂତମୁଣ୍ଡେଇ ନିକଟ ବରେଇ ଛକରେ ଗୋଟାଏ ହାଇଓ୍ଵା ଟ୍ରକ୍‌ ଧକ୍କା ଦେବାରୁ ଜଣେ ବାଳକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ମୃତ ବାଳକ ହେଉଛନ୍ତି ଭୂତମୁଣ୍ଡେଇ ସରସ୍ୱତୀ ଶିଶୁ ମନ୍ଦିରରେ ତୃତୀୟ ଶ୍ରେଣୀରେ ପଢୁଥିବା ବରେଇ ଗାଁ’ର ସ୍ୱର୍ଗତ ରଞ୍ଜନ କୁମାର ପୃଷ୍ଟିଙ୍କ ପୁଅ କାହ୍ନଚରଣ ମହାନ୍ତି।

କାହ୍ନ ଟିଉସନ୍‌ ହେବାକୁ ସାଇକେଲ୍‌ ଚଢ଼ି ଭୂତମୁଣ୍ଡେଇ ଯାଉଥିବା ବେଳେ ସକାଳ ପ୍ରାୟ ୭: ୩୦ ସମୟରେ ତାଙ୍କ ପଛପଟୁ ଗୋଟାଏ ହାଇଓ୍ଵା ଟ୍ରକ୍‌ ଧକ୍କା ଦେଇ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହତ ହୋଇଥିବା ଅନ୍ୟ ଦୁଇ ଜଣ ସାଇକେଲ୍‌ ଆରୋହୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ଦୁଃଖଦ ଘଟଣାରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଥିବାରୁ କଟକ ଓ ପାରଦୀପ ମଧ୍ୟରେ ଯାନବାହନ ଚଳାଚଳ ବାଧା ପାଇଛି। ଦୁର୍ଘଟଣା ଘଟାଇଥିବା ହାଇଓ୍ଵାଟି ରେଳବାଇ ଓଭର୍‌ବ୍ରିଜ୍‌ କାମରେ ନିୟୋଜିତ ହୋଇଛି।
ପାରାଦୀପ ଲକ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାଶୁଝା କରାଉଛନ୍ତି।

ସମ୍ବନ୍ଧିତ ଖବର