ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ଅଧୀନରେ ଅନୁଷ୍ଠିତ ହେବାକୁ ଥିବା ବି.ଟେକ୍, ବି.ଫାର୍ମା, ବି.ଆର୍କ, ଏମ୍ବିଏ ଓ ଏମ୍ସିଏ ପାଠ୍ୟକ୍ରମର ସ୍ୱତନ୍ତ୍ର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଅଗଷ୍ଟ ୧୭(ଶୁକ୍ରବାର)ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ତାରିଖ ଘୋଷଣା କରାଯିବ ବୋଲି ବିପିୟୁଟି ପରୀକ୍ଷା ନିର୍ଦେଶକ ଦୀପକ କୁମାର ସାହୁ ଏକ ବିଜ୍ଞପ୍ତିରେ କହିଛନ୍ତି।