ପୁଣି ଭାଙ୍ଗିଲା ବ୍ରାହ୍ମଣୀ ସେତୁ ସ୍ଲାବ, ୪ କିଲୋମିଟର ଯାଏଁ ଅଟକି ରହିଲା ଶହ ଶହ ଗାଡ଼ି ମୋଟର

ରାଉରକେଲା: ଭାଙ୍ଗିଲା ବ୍ରାହ୍ମଣୀ ସେତୁର ଆଉ ଏକ ସ୍ଲାବ । ଫଳରେ ସେତୁର ଉଭୟ ପାର୍ଶ୍ବରେ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଅଟକି ରହିଥିଲା ଶହ ଶହ ଗାଡ଼ି ମୋଟର । ୧୪୩ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଠିଆ ହୋଇ ରହିଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯିବା ଆସିବା ଯୋଗ୍ୟ ରାସ୍ତାରେ ମରାମତି କାମ ଚାଲିଥିବାରୁ ଜାମ ଲାଗି ରହିଛି । ରାଉରକେଲାରେ ଏଭଳି ପରିସ୍ଥିତିରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ ସୁଦ୍ଧା ଘଣ୍ଟା ଘଣ୍ଟା ଧରି ଜାମ ଲାଗି ରହିଛି ।

ପ୍ରକାଶ ଯେ ତିନି ବର୍ଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଦ୍ବିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କାମରେ ବିଶେଷ ଅଗ୍ରଗତି ହୋଇନାହିଁ । ଅନ୍ୟପଟେ ଏବେ ଭାଙ୍ଗି ଯାଇଥିବା ସ୍ଲାବ ସ୍ଥାନରେ ଏକ ଲୁହା ପ୍ଲେଟ ପକାଯାଇଛି । ହେଲେ ଲୋକମାନେ ପ୍ଲେଟ ଉପରେ ନିଜର ଗାଡ଼ି ନେଇ ଯିବାକୁ ଡରୁ ଥିବାରୁ ଗାଡି ମୋଟରର ଭିଡ଼ ଲାଗି ରହିଛି ।ବର୍ତ୍ତମାନ ଭିଡ଼ ସାମାନ୍ୟ ନିୟନ୍ତ୍ରିତ ହେବା ସହ ଧୀରେ ଧୀରେ ସେତୁ ଦେଇ ଗାଡ଼ି ମୋଟର ଯିବା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର