ଆର୍‌ଡି ବିଭାଗକୁ ଜଳସମ୍ପଦ ସଚିବଙ୍କ ଚିଠି ; ପୋଲ ନିର୍ମାଣ ପୂର୍ବରୁ ଆମକୁ ପଚାର

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ନଦୀ ଉପରେ ପୋଲ ନିର୍ମାଣ କରିବା ପୂର୍ବରୁ ଜଳ ସମ୍ପଦ ବିଭାଗଠାରୁ ଅନୁମୋଦନ ନେବାକୁ ବିଭାଗୀୟ ସଚିବ ପି କେ ଜେନା ଗ୍ରାମୀଣ ବିକାଶ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ବିନା ମଞ୍ଜୁରିରେ ନିର୍ମାଣ ହେଉଥିବା ପୋଲଗୁଡ଼ିକ ଅନେକ ସମସ୍ୟା ସୃଷ୍ଟି କରୁଛି। ନିର୍ମାଣ ପରବର୍ତି କାମ କରିବାରେ ଅସୁବିଧା ହେଉଛି। ବନ୍ୟା ଜଳ ନିଷ୍କାସନଠାରୁ ଆରମ୍ଭ କରି ଜଳପଥ ପ୍ରସ୍ତୁତ କରିବା କ୍ଷେତ୍ରରେ ସମସ୍ୟା ଦେଖାଦେଉଛି। ବନ୍ୟା ନିୟନ୍ତ୍ରଣ ପାଇଁ ନିର୍ମାଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ ଉପରେ ଏହାର ପ୍ରଭାବ ପଡ଼ୁଛି। ଏହା ବ୍ୟତୀତ, ଏହି ଅଞ୍ଚଳରେ ବାସବାସ କରୁଥିବା ଲୋକମାନଙ୍କ ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ପୋଲଗୁଡ଼ିକର ହାଇଡ୍ରଲିକ୍‌ ଡିଜାଇନ୍‌ରେ ତ୍ରୁଟି ରହୁଥିବାରୁ ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଥିବା ଶ୍ରୀ ଜେନା ଜଣାଇଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଷୟିକ କମିଟି ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେହି କମିଟି ପୋଲ ପାଇଁ ଆସୁଥିବା ପ୍ରସ୍ତାବଗୁଡ଼ିକୁ ପ୍ରଥମେ ଅନୁଧ୍ୟାନ କରିବ। କମିଟିର ମଞ୍ଜୁରି ମିଳିବା ପରେ ପୋଲ କାମ ଆରମ୍ଭ କରାଗଲେ ଭଲ ହେବ ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର